Lover · Odia

ସେଦିନ ରାତିରେ ସରୋଜ ପାଲଟିଲା ସରୋଜିନୀ !

Completed | Part 1 of 1 | 1 Likes

ରିମା! ଡାକ୍ତରୀ ପାଠ ପଢିବା ପରେ ପ୍ରଥମ ପୋଷ୍ଟିଂ କଳାହାଣ୍ଡିର ଏକ ଅପହଞ୍ଚ ଗାଁରେ। ସରୋଜର କିନ୍ତୁ ଇଚ୍ଛା ନଥିଲା ରିମ ଏତେ ନିପଟ ଅଞ୍ଚଳରେ ପୋଷ୍ଟିଂ ଗ୍ରହଣ କରୁ । 5 ବର୍ଷର ପ୍ରେମ, ସରୋଜ ନିଜ ଡାକ୍ତରୀ ପାଠ complete କରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟଲ ରେ ଯୋଗଦେଇଛି । ସେ ବି ଚାହୁଁଥିଲା ରିମା ତା ସହ ସେଇ ହସ୍ପିଟଲରେ କାମ କରୁ। କିନ୍ତୁ ରିମା ଏମିତି ଲୋକଙ୍କ ପାଇଁ କାମ କରିବାକୁ ଚାହୁଁ ଥିଲା ଯାହା ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚି ପାରୁନାହିଁ । ସରୋଜ ରିମ ଉପରେ ରାଗିଥିଲା ସତ କିନ୍ତୁ ମନେମନେ ତାଠୁ ଦୂର ହେବାର କଷ୍ଟ ତାକୁ ବ୍ୟତିବ୍ୟସ୍ତ କରୁଥିଲା। ରିମା ସରୋଜକୁ କହିଲା ସେବି ତ ସହ ମାଲକାନଗିରି ଚାଲୁ ସେଠି ଛୋଟ କ୍ଲିନିକ କରି ରୋଗୀଙ୍କ ମାଗଣାରେ ସେବା କରିବା ପାଇଁ କିନ୍ତୁ ସରୋଜ ଭୁବନେଶ୍ବରରେ ରହିବା ତ ପାଇଁ ଅଧିକ ହିତକର ବୋଲି ଭାବି ସେଠାକୁ ଯିବ ପାଇଁ ଇଚ୍ଛା କଲାନି ।
କଲି ସକାଳୁ ରିମା ପ୍ରଥମ ଠାର ସରୋଜଠୁ ବୋହୁତ ଦୂରକୁ ଚାଲିଯିବାକୁ ବସିଥିଲା। ରିମା ତାର ଫାଇନାଲ ପ୍ୟାକିଂ କରିବାରେ ବ୍ୟସ୍ତ, ସରୋଜ ତାକୁ ପ୍ୟାକିଂ ରେ ହେଲ୍ପ କରୁ କରୁ ପୁଣି ଥରେ କହିଲା ତାକୁ ଛାଡିକି ନ ଯିବାକୁ। ରିମା ହସିଦେଇ କହିଲା "ସରୋଜ! ମୁଁ ଜାଣିଛି ତମେ ଯେମିତି ହେଲେ ମୋ ପାଖକୁ ଆସିବ। ମୁଁ ଜାଣିଛି ତମେ ମୋତେ ଛାଡି ବେଶୀ ଦିନ ରହି ପାରିବନି।

ସକାଳୁ ରିମା ବାହାରିଲା କଳାହାଣ୍ଡି, ସରୋଜ ତାକୁ car ରେ ଷ୍ଟେସନ୍ ଡ୍ରପ କରିବା ପାଇଁ ଗଲା। ବାଟ ସାରା ତ ମନ ବିଚଳିତ ହେଉଥାଏ , ସେ କେମିତି ରିମା ବିନା ରହିବ। ରିମା ଫାଇନାଲି ଟ୍ରେନରେ ବସିଲା ଆଉ କିଛି ସମୟ ପରେ ଟ୍ରେନ ସିଟି ମାରି ସରୋଜ ଠାରୁ ତ ଜୀବନକୁ ଦୂରକୁ ନେଇଯିବାକୁ ଲାଗିଲା। ରିମା ଟ୍ରେନ ଫାଟକ ପାଖରେ ସରୋଜକୁ ହାତ ହଲେଇ ବିଦାୟ ଦେଉଥିଲା, ରିମ ଆଖିରେ ଲୁହ। ସରୋଜ ର ଛାତିଟା ଯେମିତି ଖସିଗଲା ଭଳି ଲାଗିଲା। ସେ ଷ୍ଟେସନ୍ ରୁ ବାହାରି ନିଜ car ଆଡେ ଦୌଡିଲା, ଓ ସେଇଠୁ ବାହାରି ପଡିଲା କଳାହାଣ୍ଡି ବାଇ ରୋଡ଼।

ରିମା call କରି ଯେତେବେଳେ ଜାଣିଲା ଯେ ସରୋଜ car ରେ କଳାହାଣ୍ଡି ଆସୁଛି, ସେ ଆଶ୍ଚର୍ଯ ହେଇଗଲା। "ସରୋଜ! ଏ ସବୁ କି ପାଗଳାମି, ତମେ କାଇଁ ଏମିତି କରୁଛ, ପ୍ଲୀଜ ତମେ ଫେରିଯାଅ।" ରିମାର ବାରମ୍ବାର କହିବ ସତ୍ବେ ବି ସରୋଜ ତା ଗାଡ଼ିକୁ କଳାହାଣ୍ଡି ଆଡେ ବଢେଇ ଚାଲିଲା । ଉପରୁ ରାଗିଲେ ବି ରିମା ମନେମନେ ସରୋଜ ଭଲପାଇବା ପାଇଁ ନିଜକୁ ଧନ୍ଯ ମାନେ କରୁଥିଲା।

ସକାଳୁ ସକାଳୁ ରିମା ଭବାନୀପାଟଣାରେ ପାହିଁଚିବା ବେଳକୁ ସରୋଜ ତାକୁ ଷ୍ଟେସନ୍ ରେ ଅପେକ୍ଷା କରିଥିଲା, ସେଠୁ ଦୁଇଜଣ ସାଙ୍ଗ ହେଇ କଳାହାଣ୍ଡି ବାହାରିଲେ।
କଳାହାଣ୍ଡିର ସୁଜିପଡାରେ ପହଞ୍ଚିଲା ବେଳକୁ ପାଖାପାଖି ସନ୍ଧ୍ୟା, ଭଲ ରାସ୍ତା ନହିଁ କି ଏତେ ଦୋକାନ ବଜାର ନହିଁ, ଲୋକେ ସନ୍ଧ୍ୟା 7 ଟାରେ ଯେମିତି ଅଧରାତି ହେଲା ଭଳି ଲାଗୁଛି, ରିମା quarter ରେ ପହଞ୍ଚିଲା, ସେଠି ତାର ସହାୟିକା ସବିତା ରିମା କୁ ସ୍ବାଗତ କଲା । ରିମା ଓ ସରୋଜ ରୁମ ବୁଲି ଦେଖିଲେ ବୋହୁତ ସୁନ୍ଦର ଭାବରେ ସଜ ହେଇଥିଲା। ରିମା ତା bags ରଖିଦେଇ ସେଥିରୁ ତାର ରାତିରେ ପିନ୍ଧିବା ପାଇଁ କିଛି କପଡ଼ା ବାହାର କଲା , ହଠାତ ତା ମୁଣ୍ଡକୁ ଆସିଲା ସରୋଜ ତ କିଛି ଆଣିନି ତାର ଡ୍ରେସ। ସେ ସରୋଜ କୁ ପଚାରିଲା, ଏମିତି ତ ବାହାଦୁରି ଦେଖେଇ ଆସିଗଲ, ଏବେ କରିବ କଣ ବିନା ଡ୍ରେସରେ। ସରୋଜ ପାଖରେ ବି କିଛି ଉତ୍ତର ନଥିଲା। କାରଣ ସେ ବି ଘରୁ ପିନ୍ଧି ଆସିଥିବା ଡ୍ରେସ ମଇଳା ହେଇଯାଇଥିଲା। ରିମା ସବିତା କୁ ପଚାରିଲା ଏବେ କିଛି ଡ୍ରେସ ଦୋକାନ ଖୋଲା ଥିବା କି ପାଖରେ । ସାବିତ୍ରୀ ହସିବାକୁ ଲାଗିଲା, ମ୍ଯାଡାମ ଏବେ ଲୋକ ମିଳିବା କଷ୍ଟ ଦୋକାନ ବଜାର କଥା ତ ଭୁଲି ଯାଆନ୍ତୁ, ବାକି ଦୋକାନ ବି ପାହାଡ ସେପଟ ଗାଁରେ ଅଛି, ସେଠି ଯିବାକୁ ହେଲେ ନଦୀ ପାର କରି ଯିବାକୁ ପଡିବ।
ସରୋଜ ଚିନ୍ତା କଲା ସେ ପିନ୍ଧିଥିବା ଡ୍ରେସ ରେ ହିଁ ରାତିଟା କଟେଇ ଦବ। କିନ୍ତୁ ରିମା ଚାହୁଁ ନଥିଲା ସେ ସେଇ ମଇଳା ଡ୍ରେସ ପିନ୍ଧି ରହୁ। ରିମାର ବ୍ୟସ୍ତତା ଦେଖି ସବିତା କହିଲା, ମ୍ଯାଡାମ ନ ରାଗିବେ ଯଦି ଗୋଟେ କଥା କହିବି। ରିମା ମୁଣ୍ଡ ହଲେଇ ହଁ କହିଲା, ସବିତା ରିମାର କାନରେ ଧୀର ସ୍ଵରରେ କହିଲା, ସାର ତ ଏତେ ସୁନ୍ଦରିଆ ହେଇଛନ୍ତି, ଆପଣ ତାଙ୍କୁ ଆପଣଙ୍କ ଡ୍ରେସ ପିନ୍ଧେଇ ଦିଅନ୍ତୁ ଆଜି ରାତିରେ। ସତ କହୁଛି ସାର ଯଦି ସଜ ହେଇଯିବେ ସେ ପୁଅ କି ଝିଅ ଜମାରୁ ଜଣା ପଡ଼ିବେନି। ରିମା ମନକୁ ପାଇଲା ସବିତାର କଥା।

ନିଜ ବ୍ୟାଗରୁ ଗୋଟେ କଳା ସୁନ୍ଦରିଆ ସ୍କର୍ଟ ଆଉ ନାଲି ଟପ୍ସ ବାହାର କରି ରିମା ସରୋଜ ହାତରେ ଦେଇ କହିଲା, ଆଜି ରାତିରେ ଏଇଟା ରେ କାମ ଚଳେଇ ଦିଅ। ସରୋଜ ପାଖରେ ଆଉ କିଛି ଚାରା ନଥିଲା ସେ ବାଥରୂମ ଯାଇ କଳା ସ୍କର୍ଟ ଆଉ ନାଲି ଟପ୍ସ ପିନ୍ଧି ବାହାରକୁ ଆସିଲା। ସରୋଜ ବୋହୁତ ଗୋରା ଥିଲା, ମୂଳରୁ ହିଁ ସେ କ୍ଲୀନ ଶେଭ ଆଉ ଦେହରେ ବେଶୀ ଚୁଟି ନଥିଲା। କଲେଜ ବେଳୁହିଁ ସରୋଜ ଲମ୍ବା ଚୁଟି ରଖିଆସିଥିଲା ତେଣୁ ଏଇ ଡ୍ରେସରେ ସେ ଝିଅ ମାନଙ୍କ ଭଳି ହିଁ ଦେଖା ଯାଉଥିଲା। ରିମା ସରୋଜ କୁ ଦେଖି ହସିବାକୁ ଲାଗିଲା, ସରୋଜ ଲାଜରେ ମୁହଁ ତଳକୁ କରି ରିମା କୁ କହିଲା, ପ୍ଲୀଜ ତମେ ଏମିତି ହସନୀ ମୋତେ ଲାଜ ଲାଗୁଛି। ରିମା ସରୋଜର ଲାଜ ଦେଖି, ତା ମୁଣ୍ଡରେ ଆହୁରି କିଛି ଦୁଷ୍ଟମୀ କରିବାକୁ ଇଚ୍ଛା ହେଲା। ସେ ସରୋଜ କୁ ମଜାରେ କହିଲା "ସବୁ ଠିକ ହେଲା ଯେ କିନ୍ତୁ ଝିଅ ମାନଙ୍କ shape ଟା ମିସିଂଗ ହଉଛି। ସରୋଜ କିଛି ବୁଝିବା ଆଗରୁ ରିମା ତା ବ୍ୟାଗରୁ ରେଡ bra ଓ panty ଆଣି ତାକୁ ପିନ୍ଧିବା ପାଇଁ ଦେଲା। ସରୋଜ ଯେତେ ମନା କଲେବି ରିମା ତା ପିଛା ପଡିଲା, ଏତେ ବାଧ୍ୟ ପରେ ସରୋଜ ରାଜି ହେଇଗଲା ପିନ୍ଧିବାକୁ। ସ୍କର୍ଟ ତଳେ ସେ panty ପିନ୍ଧିଲା, panty ର ସ୍ପର୍ଶ ତ ଦେହରେ ଯେମିତି କିଛି ଶିହରଣ ସୃଷ୍ଟି କଲା । bra ପିନ୍ଧିଲା ପରେ ରିମା ହେଲ୍ପ କଲା ହୁକ ଦେବାରେ । ଦୁଇଟି ଓଢୋଣିକୁ size କରି bra କପ ରେ ପସେଇ ବ୍ରେସ୍ଟ ର ଲୁକ ଦେଇଦେଲା। ତାପରେ ରେଡ ଟପ୍ସ, ଏଥର ସରୋଜ ଆଉ ଟିକେ ସୁନ୍ଦର ଦେଖା ଗଲା, ରିମା ସାଙ୍ଗେ ସାଙ୍ଗେ ତ ବ୍ୟାଗରୁ ମେକଅପ୍ kit ବାହାର କରି ସରୋଜ ଆଖିରେ କଳା, ଓଠୋରେ lipstick ଓ ଗାଲରେ ଟିକେ blusher ଲଗେଇଦେଲା। କାନରେ ଚିପା କାନର ପିନ୍ଧେଇ ଦେଲା।, ପାନିଆ କାଢି ଚୁଟି ମଝି ସୂତାଣି କରି ଦୁଇଟି ବେଣୀ ବାନ୍ଧି ଦେଲା। ସତରେ ସରୋଜ ଏବେ ପୂରାପୂରି ଝିଅ ପାଲଟି ଗଲା। ନିଜକୁ ଆଇନରେ ସରୋଜ ଦେଖି ଆଶ୍ଚର୍ଯ ହେଇଗଲା। ଅଜାଣତରେ ତାର ଝିଅ ମାନଙ୍କ ଭଳି ହାବଭାବ ହେବାକୁ ଲାଗିଲା।

ସବିତା ରାତି ଖାଇବା ପାରଶୀ ରିମା କୁ ଡାକିଲା। ରିମା ଓ ସରୋଜ ଯେତେବେଳେ ଖାଇବା ଟେବଲ ପାଖକୁ ଆସିଲେ ସବିତା ସରୋଜ କୁ ଦେଖି ଗଳାରେ ହାତ ଦେଇ କହିଲା 'ଇମା ଇଏ ସରୋଜ ସାର ନା ସରୋଜିନୀ ମ୍ଯାଡାମ!' । ରିମା ହସି ହସି କହିଲା ବଢିଆ ନାଁ ଦେଲା ସବିତା, "ସରୋଜିନୀ"। ଆଜିଠୁ ମୁଁ ବି ସରୋଜ ନୁହେଁ ସରୋଜିନୀ ହିଁ ଡାକିବି।
ସରୋଜ କୁ ତାର ନୂଆ ରୂପ ଭରି ଭଲ ଲାଗୁଥିଲା, ସେ ମନେମନେ ସରୋଜିନୀ କୁ ଭଲ ପାଇବା ଆରମ୍ଭ କରିଦେଇଥିଲା।

Congratulations!

You've successfully completed reading all published parts of this story!

1476 Views 0 Comments
Disclaimer

CD Stories is a multilingual open platform. Stories published are generated by writers. The platform has not reviewed, modified, or validated contents and holds no liability regarding content quality or copyright infringements.

Discussion (0)

No comments shared yet. Be the first to share your thoughts!
Want to comment? Please Login or Sign Up.
Reading preferences
100%
Home Discover 0 Alerts Writers Login